କୋରୋନା ହାଲଚାଲ :
ଆଖି ବୁଜିଲେ ଆଉ ୪, ମୃତ୍ୟୁସଂଖ୍ୟା-୧୮୩୬,
ନୂତନ ସଂକ୍ରମିତ-୩୭୨,
ସକ୍ରିୟ-୩୦୩୫
ଭୁବନେଶ୍ବର୨୧/୧୨(ସ୍ଵର ଦି ଭଏସ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ କୋରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୮୩୬ ଛୁଇଁଛି। ଏନେଇ ରବିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
ରାଜ୍ୟରେ ରବିବାର ଆଖି ବୁଜିଥିବା ୪ ଜଣ କୋରୋନା ଆକ୍ରାନ୍ତ ୪ ଜିଲ୍ଲାର। ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରୋଗୀ ଆଖି ବୁଜିଛନ୍ତି। ସୂଚନାଯୋଗ୍ୟ, ରବିବାର ରାଜ୍ୟରେ ୩୭୨ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୨୬,୨୩୩ ଛୁଇଁଛି। ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୧ ହଜାର ୩୦୯ ଜଣ ଓ ସକ୍ରିୟ ରହିଛନ୍ତି ୩୦୩୫ ଜଣ।