ଚୀନର ଚାଲବାଜି:ଏଲ୍‌ଏସିରେ ନିଯୁକ୍ତି ଦେଲା ନୂଆ ଜେନେରାଲ

0
188

ଚୀନର ଚାଲବାଜି:ଏଲ୍‌ଏସିରେ ନିଯୁକ୍ତି ଦେଲା ନୂଆ ଜେନେରାଲ

୨୧/୧୨,(ବ୍ୟୁରୋ ନ୍ୟୁଜ୍)
ସ୍ଵର ଦି ଭଏସ୍

ବେଜିଂ: ସୀମା ବିବାଦ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ସାରା ବିଶ୍ବର ନଜର ରହିଛି। ଦୁଇ ଦେଶ ମଧ୍ୟରୁ କୌଣସି ଏକ ଦେଶ ଏ ନେଇ କିଛି ପଦକ୍ଷେପ ନେଲେ ତାହା ଦୃଷ୍ଟିଗୋଚର ହେଉଛି।
ଏପରିସ୍ଥଳେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଓ୍ବେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ପାଇଁ ନୂଆ ଜେନେରାଲଙ୍କୁ ନିଯୁକ୍ତ କରିଛନ୍ତି। ୨୦୧୭ରେ ଡୋକଲାମରେ ଚୀନ ସୈନ୍ୟ ବାହିନୀର ନେତୃତ୍ୱ ନେଇଥିବା ୬୫ ବର୍ଷ ବୟସ୍କ ଜେନେରାଲ ଝାଙ୍ଗ୍‌ ସୁଇଙ୍ଗ୍‌ଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି। ଏହା ଚୀନର ନୂଆ ଗୋଟିଚାଳନା ଭଳି ମନେହେଉଛି।
ଏହା ସହିତ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଜେନେରାଲଙ୍କ ସମେତ ଅନ୍ୟ ୩ ଜଣ ବରିଷ୍ଠ ମିଲିଟାରୀ ଏବଂ ସାମରିକ ପୋଲିସଙ୍କୁ ପଦୋନ୍ନତି ଦେଇଛନ୍ତି। ଗୁଓ ପ୍ୟୁକ୍ସିୟାଓଙ୍କୁ ସେଣ୍ଟ୍ରାଲ ମିଲିଟାରୀ କମିଶନର ଲଜିଷ୍ଟିକ୍‌ ସପୋର୍ଟ ବିଭାଗରେ ନିଯୁକ୍ତ କରାଯାଇଛି। ଲି ଓ୍ବିଏଙ୍କୁ ଚୀନର ସୈନ୍ୟ ବାହିନୀର ରଣନୀତି ସପୋର୍ଟ ଫୋର୍ସରେ ନିଯୁକ୍ତି ମିଳିଛି। ସେହିପରି ଓ୍ବେଙ୍ଗ୍‌ ଚିଙ୍ଗାରିଙ୍କୁ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ଏପରି କରି ଚୀନ ଭାରତ ବିରୋଧରେ ଏଲ୍‌ଏସିରେ କୌଣସି ନୂଆ ରଣନୀତି ଆପଣାଇବା ନେଇ ଷଡ଼ଯନ୍ତ୍ର ରଚୁଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here