ଦେଶରେ ୯୫.୩୧% ସୁସ୍ଥ , ସକ୍ରିୟ ଆକ୍ରାନ୍ତ ୩.୨୪ ପ୍ରତିଶତ

0
186

କରୋନା ହାଲଚାଲ:ଦେଶରେ ୯୫.୩୧% ସୁସ୍ଥ ,
ସକ୍ରିୟ ଆକ୍ରାନ୍ତ ୩.୨୪ ପ୍ରତିଶତ

୧୮/୧୨ (ବ୍ୟୁରୋ ନ୍ୟୁଜ୍)
ସ୍ଵର ଦି ଭଏସ୍
—————————————
ବିଗତ ଏକ ବର୍ଷ ମଧ୍ୟରେ କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ ଯନ୍ତ୍ରଣା ଦେଇଛି । ଆଜି ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୭ କୋଟି ୫୨ ଲକ୍ଷ ୨୩ ହଜାର ୪୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୬ ଲକ୍ଷ ୬୬ ହଜାର ୯୮୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକା, ବ୍ରାଜିଲ, ରୁଷିଆ, ସ୍ପେନ, ଫ୍ରାନ୍ସ ଆଦି ଶକ୍ତିଶାଳୀ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ ରହିଛି । ଏବେ ସମଗ୍ର ବିଶ୍ୱବାସୀ କରୋନା ଟୀକାକୁ ଅପେକ୍ଷା କରିଛନ୍ତି ।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଡିସେମ୍ବର ୧୭ ତାରିଖ ସୁଦ୍ଧା ୯୯ ଲକ୍ଷ ୫୬ ହଜାର ୫୫୭ ସଂକ୍ରମିତ ହୋଇଛନ୍ତି । ଏଥିରୁ ୯୪ ଲକ୍ଷ ୮୯ ହଜାର ୭୪୦ ଅର୍ଥାତ ୯୫.୩୧ ପ୍ରତିଶତ ସୁସ୍ଥ ହୋଇଛନ୍ତି । ଦେଶରେ ଗତକାଲି ସୁଦ୍ଧା ମୋଟ ୧ ଲକ୍ଷ ୪୪ ହଜାର ୪୫୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାର ହାର ହେଉଛି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧.୩୪ ପ୍ରତିଶତ । ଏବେ ଦେଶରେ ୩.୨୪ ପ୍ରତିଶତ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କେରଳରେ ୫୨ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here