ରାକେଶର ବଦାନ୍ୟତା ।

0
110

ରାକେଶର ବଦାନ୍ୟତା ।

କଟକ:(ସ୍ୱର ଦି ଭଏସ ବ୍ୟୁରୋ)କଟକ ଶଙ୍କରପୁର ଅଞ୍ଚଳର ରାକେଶ ରାଉତ।ପିଲାଟି ବେଳୁ ଅନ୍ୟକୁ ସାହାଯ୍ୟ କରିବା ନିଶା ସବୁବେଳେ ନିଜ ହୃଦୟରେ।ନିଜର ସୁନ୍ଦୁର କାଯ୍ୟପାଇଁ ସମସ୍ତଙ୍କ ହୃଦୟରେ ରାକେଶ।ଯାହାର ଅସୁବିଧା ପଡିଲେ ମନେପଡେ ରାକେଶ।ନିଜ ଅର୍ଥ ରାଶିରେ ଅନ୍ୟ ମାନଙ୍କ ସେବା କରିବା ଏକ ବ୍ରତ ବୋଲି ଗ୍ରହଣ କରିଛନ୍ତି ରାକେଶ।ଯେଉଁ ବୟସରେ ବର୍ତ୍ତମାନ ଯୁବପିଢି ନିଜ ନିଜ କାଯ୍ୟରେ ବ୍ୟସ୍ତ ଥାନ୍ତି ସେହି ସ୍ଥାନରେ ରାକେଶ ଅନ୍ୟକୁ ସହାୟତା କରିବା ପାଇଁ ବେଶ ତତ୍ପର।ସାମାଜିକ ଗଣମାଧ୍ୟମରେ ନିଜ କାଯ୍ୟକୁ ନେଇ ସବୁବେଳେ ଥିବା ରାକେଶ ପୁନର୍ବାର ଦେଖାଇ ଛନ୍ତି ରାକେଶ।

ପ୍ରଥମାଷ୍ଟାମୀ ଥିବା ଅବସରରେ ନିଜ ମାମୁଁଘରୁ ଆସିଥିବା ଅର୍ଥରାଶିରେ ନିଜ ନୂତନ ବସ୍ତ୍ର ନିଜେ ନ ପିନ୍ଧି ବରଂ ସେହି ଅର୍ଥ ରାଶିରେ ସୁଵର୍ଣପୁର ପଞ୍ଚାୟତର ଘୋଡ଼ାବର ଗ୍ରାମର ଦେବକୀ ଦଳେଇଙ୍କୁ ପ୍ରଥମାଷ୍ଟମୀ ଦିନ ସହାୟତା କରିଥିଲେ।ଦେବକୀଙ୍କ ସାଂସର କହିଲେ ତିନିପ୍ରାଣୀ।ଦେବକୀ ଓ ତାର ଦୁଇ କନ୍ୟା ସନ୍ତାନ ହେଲେ ଏପରି ଏକ ସମୟ ଆସିଲା ଦେବକୀଙ୍କ ପରିବାରକୁ ଦୁଃଖର ଛାଇ ମାଡି ଆସିଥିଲା।ଏକ ଏପରି ଏକ ଦୁଃଖ ଆସିଲା ସେବେଠାରୁ ନିଜ ସ୍ୱାମୀଙ୍କୁ ହରେଇ ବସିଲେ ଦେବକୀ।ଦେବକୀଙ୍କ ସ୍ୱାମୀ ପେଷାରେ ଦିନ ମଜୁରିଆ ଥିଲେ।ହେଲେ କର୍କଟ ରୋଗ ସବୁ ସୁଖ ଛଡାଇ ନେଲେ ଦେବକୀଙ୍କ ଜୀବନରୁ।ହେଲେ ଭଗବାନଙ୍କ ଏପରି ବିଡ଼ମ୍ବନା ଦେବକୀ ଯୋଗାଯୋଗ ହୋଇଥିଲା କଟକର ରାକେଶଙ୍କ ସହ।ଖାଲି ଏତିକି ନୁହେଁ ଦେବକୀ ରହୁଥିବା ଘରେ ଠିକ ସେ ଛପର ହୋଇ ନ ଥିବାରୁ ଘରେ ବର୍ଷା ହେଲେ ପାଣି ପଡିବ ସହ ଦିନରେ ସୂର୍ଯ୍ୟ ର କରିଣ ମଧ୍ୟ ଘରେ ପ୍ରବେଶ କରିଯାଏ।ରାକେଶର ମାନବିକତା ଏପରି ଥିଲେ ଶେଷରେ ତାଙ୍କ ଘରକୁ ଏକ ପଲିଥିନ ପକାଇ ସମ୍ପୂର୍ଣ୍ଣ ଘୋଡାଇ ଦେଇଥିଲେ।ସେବେଠାରୁ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ର ସୁଅ ଚୁଟିଥିବା ବେଳେ ବର୍ତମାନ ଯୁବପିଢିଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ରାକେଶ ରାଉତ।ପଚାରିଲେ ରାକେଶ କହନ୍ତି ସବୁଦିନ ଜଣକୁ କିପରି ସାହାଯ୍ୟ କରିବି ତେଣୁ ଏକ ସିଲେଇ ମେସିନ ତାହାର ପ୍ରତିଦିନ ଗୁଜୁରାଣ ମେଣ୍ଟାଇ ପାରିବ ବୋଲି ଚିନ୍ତା କରି ଏହି ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here