ଜୁସ ଗ୍ଲାସକୁ ନେଇ ପ୍ରଶ୍ନ ଉଠାଇଲେ ସ୍ୱାମୀ

0
155
ଜୁସକୁ ନେଇ ସ୍ୱାମୀଙ୍କ ପ୍ରଶ୍ନ

ସ୍ୱର ଦି ଭଏସ:ସୁଶାନ୍ତ ସିଂ ରାଜପୁତଙ୍କ ପାରିବାରିକ ଓକିଲ ବିକାଶ ସିଂ ଏକ ଗଣମାଧ୍ୟମକୁ କହିଥିଲେ ଯେ ଏମ୍ସ ଫରେନସିକ୍ ଟିମର ଅଧ୍ୟକ୍ଷ ସୁଧୀର ଗୁପ୍ତା ତାଙ୍କୁ ଫୋନ୍ କରି ପ୍ରଥମେ କହିଥିଲେ ଯେ ସୁଶାନ୍ତଙ୍କୁ ‘ତଣ୍ଟି ଚିପି’ 200 ପ୍ରତିଶତ ହତ୍ୟା କରାଯାଇଛି। ହେଲେ ସେ ରେକର୍ଡିଂ କରି ରଖିନାହାନ୍ତି ବୋଲି କହିଥିଲେ। ଏହାପରେ ସୁବ୍ରମଣ୍ୟମ ସ୍ୱାମୀ ଏଭଳି ଟ୍ୱିଟ୍ କରିଛନ୍ତି। ଅନ୍ୟପଟେ ଏମ୍ସ ଫରେନସିକ ଟିମର ରିପୋର୍ଟକୁ ତର୍ଜମା କରିବା ପାଇଁ ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କମିଟିକୁ ଆହ୍ୱାନ କରିଛନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତଙ୍କ ରୋଷେୟା ନୀରଜ ଏକ ସାକ୍ଷାତକାରରେ କହିଥିଲେ ଯେ ସୁଶାନ୍ତ ତାଙ୍କ ଘରୋଇ କର୍ମଚାରୀ କେଶବଙ୍କୁ ସେଦିନ ଜଳଖିଆ ମାଗିଥିଲେ। ଏହାପରେ ସୁଶାନ୍ତ ପଇଡ଼ ପାଣି, ଅରେଞ୍ଜ ଜୁସ୍ ଏବଂ କଦଳୀ ନେଇ ଯିବେ। ପରେ ସୁଶାନ୍ତ ପଇଡ଼ ପାଣି ଏବଂ ଜୁସ୍ ନେଇ କହିଥିଲେ ଯେ ପରେ କଦଳୀ ଖାଇବେ। ହେଲେ କିଛି ସମୟ ପରେ ସୁଶାନ୍ତଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ତେବେ ସିବିଆଇ ଆଗରେ ନୀରଜ ଏଭଳି ବିବୃତ୍ତି ବଜାୟ ରଖିଛନ୍ତି କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ।

https://twitter.com/Swamy39/status/1315298637069467655

LEAVE A REPLY

Please enter your comment!
Please enter your name here