ସୁପ୍ରିମକୋର୍ଟ ଧାରା ୩୭୭ ସମାଧାନ ପରେ ଭାରତର ପ୍ରଥମ ମହିଳା କିନ୍ନର ପ୍ରଶାସକ ବିବାହ କରିବେ

    0
    285
    ସୁପ୍ରିମକୋର୍ଟ ଧାରା ୩୭୭ ସମାଧାନ ପରେ ଭାରତର ପ୍ରଥମ ମହିଳା କିନ୍ନର ପ୍ରଶାସକ ବିବାହ କରିବେ

    ଭୁବନେଶ୍ୱର: ସୁପ୍ରିମକୋର୍ଟ ଧାରା ୩୭୭କୁ ନେଇ ରହିଥିବା ବିବାଦର ସମାଧାନ କରିବାକୁ ଯାଇ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ଘୋଷଣା କରିବା ପରେ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ଯେ ଭାରତବର୍ଷର ପ୍ରଥମ କିନ୍ନର ପ୍ରଶାସକ ବିବାହ କରିବେ ବୋଲି ଇଚ୍ଛା ପ୍ରକଟ କରିଛନ୍ତି । ଦୀର୍ଘଦିନ ଧରି ସେ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭ୍‌ ଇନ୍‌ ରିଲେଶନସିପ୍‌ରେ ଅଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପରେ ତାଙ୍କର ଅନ୍ତର ଆତ୍ମା ଯାହା ପାଇବାକୁ ଚାହୁଁଥିଲା ତାହା ପୂରଣ ହେବ ବୋଲି ଐଶ୍ୱର୍ଯ୍ୟ କହିଛନ୍ତି। ତେବେ ସେ ବିବାହ ପୂର୍ବରୁ ନିଜ ପୁରୁଷ ବନ୍ଧୁଙ୍କ ନାମ ପ୍ରକାଶ କରିବାକୁ ମନା କରିଦେଇଛନ୍ତି। ବିବାହ ପରେ ସେ ଏକ ପୋଷ୍ୟ କନ୍ୟା ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି।

    ସୁପ୍ରିମକୋର୍ଟ ଧାରା ୩୭୭ରେ ସଂଶୋଧନ କରି ସମଲିଙ୍ଗୀ ସମ୍ପର୍କକୁ ଆଇନସମ୍ମତ ଘୋଷଣା କରିବା ପରେ ସେ ଏହାକୁ ସ୍ବାଗତ କରିଛନ୍ତି। ନିଜ ପୁରୁଷ ବନ୍ଧୁଙ୍କ ସହ ଦୀର୍ଘଦିନ ହେଲା ଲିଭ୍‌ ଇନ୍‌ ରିଲେଶନସିପ୍‌ରେ ଥିଲେ ମଧ୍ୟ ସେ ଆନୁଷ୍ଠାନିକ ଭାବେ ତାଙ୍କୁ ବିବାହ କରିପାରୁ ନ ଥିଲେ। ଏବେ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ସେ ବିବାହ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ଦେଶର ପ୍ରଥମ ସିଭିଲ୍‌ ସର୍ଭିସ ଅଫିସର ଭାବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସେ ଲିଙ୍ଗ ପରିବର୍ତ୍ତନ କରିଥିଲେ। ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତିର ପ୍ରତୀକ ପାଲଟିଥିବା ଐଶ୍ୱର୍ଯ୍ୟା ସେବେଠାରୁ ପରିବାରରୁ ଏକ ପ୍ରକାର ବାଚ୍ଛନ୍ଦ ହୋଇଯାଇଥିବା ଦୁଃଖର ସହ ପ୍ରକାଶ କରିଛନ୍ତି। ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ବାପା ଘରୁ ବାହାର କରିଦେଇଥିଲେ। ଗତ ୪ବର୍ଷ ହେଲା ସେ ପରିବାରଠାରୁ ଦୂରରେ ଅଛନ୍ତି। କିନ୍ତୁ ମା’, ଭଉଣୀ, ଭାଇ ଓ ପୁତୁରାଙ୍କ ସହ ସେ ଯୋଗାଯୋଗରେ ଥିବା କହିଛନ୍ତି।

    ସମଲିଙ୍ଗୀ ବିବାହ କରିବେ ପାରାଦୀପର ବାଣିଜ୍ୟ କର ଅଧିକାରୀ ଐଶ୍ୱର୍ଯ୍ୟାସୂଚନାନୁଯାୟୀ, କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କନକଗୋରି ଗ୍ରାମର ବକିଲ ଓ ରୂପାବତୀ ପ୍ରଧାନଙ୍କ ୪ ସନ୍ତାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟା(ରତିକାନ୍ତ) ହେଲେ ମଝିଆ ସନ୍ତାନ। ପାଠପଢି ଚାକିରି କରିବା ପର୍ଯ୍ୟନ୍ତ ସେ ରତିକାନ୍ତ ହୋଇ ରହିଥିଲେ। ସେ କହିଛନ୍ତି ଯେ, ଏବେ ମଧ୍ୟ ସମାଜ କିନ୍ନରଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛି। ସମାଜ ଓ ସରକାର ଦୃଷ୍ଟି ଭଙ୍ଗି ବଦଳାଇ କର୍ମସଂସ୍ଥାନ ସୁଯୋଗ ଦେଲେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତେ। ଯେଉଁ ବ୍ରିଟିଶମାନେ ଏହି ଆଇନ ପ୍ରଣୟନ କରିଥିଲେ ସେମାନଙ୍କ ଦେଶ କେବେଠାରୁ ୩୭୭ ଧାରାକୁ ଉଠାଇ ସାରିଛି। ଭାରତରେ ଯଦିଓ ବିଳମ୍ବ ହୋଇଛି, ତଥାପି ପରିବତ୍ତର୍ନ ପାଇଁ ସେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    LEAVE A REPLY

    Please enter your comment!
    Please enter your name here