ଶାନ୍ତି ନିକେତନରେ ବିଶ୍ଵକବିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହା 

0
229

ଶାନ୍ତି ନିକେତନରେ ବିଶ୍ଵକବିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅମିତ ଶାହା

  • ୨୧/୧୨,(ବ୍ୟୁରୋ ନ୍ୟୁଜ୍)
    ସ୍ଵର ଦି ଭଏସ୍

    କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ ଅବସରରେ ରବିବାର କୋଲକାତାସ୍ଥିତ ଶାନ୍ତି ନିକେତନରେ ପହଞ୍ଚିଛନ୍ତି। ସେଠାରେ ରବୀନ୍ଦ୍ର ଭବନ ପରିସରସ୍ଥ ନୋବେଲ୍ ପୁରସ୍କାରପ୍ରାପ୍ତ କବି ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ମନ୍ତ୍ରୀ ଶାହ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆୟୋଜିକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ମଜା ନେଇଥିଲେ। ରବିବାର ପୂର୍ବାହ୍ନରେ ସେ ବୀରଭୂମରୁ କୋଲକାତାରେ ପହଞ୍ଚିବା ସହ ବୋଲପୁରସ୍ଥିତ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ବେସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶାହ ବିଶ୍ବବିଦ୍ୟାଳୟ ପରିସର ମଧ୍ୟ ବୁଲି ଦେଖିଛନ୍ତି। ସେହିପରି ଆସନ୍ତା ବର୍ଷ ମଧ୍ୟ ଭାଗରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ଏଥିରେ ଟିଏମସି ସରକାରକୁ ଗାଦିଚ୍ୟୁତ କରିବା ସକାଶେ ବିଜେପି ବେଙ୍ଗଲ ମିଶନ୍ ଆରମ୍ଭ କରିଛି । ଏଣିକି କେନ୍ଦ୍ର ମନ୍ତ୍ରୀ ଶାହ ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଟିଏମସି ପକ୍ଷରୁ ଶାହଙ୍କ ଫଟୋ ସମ୍ବଳିତ ଏକ ହୋର୍ଡିଂକୁ ବିରୋଧ କରାଯାଇଛି। ଉକ୍ତ ହୋର୍ଡିଂରେ କେନ୍ଦ୍ର ମନ୍ତ୍ରୀ ଶାହଙ୍କ ଫଟୋ ଟାଗୋରଙ୍କ ଉପରେ ସ୍ଥାନ ପାଇଥିବାରୁ ଏହା ନୋବେଲ୍ ପୁରସ୍କାରପ୍ରାପ୍ତ ଟାଗୋରଙ୍କ ପ୍ରତି ଅପମାନ ବୋଲି ଟିଏମସି ଯୁବ ଶାଖା ପକ୍ଷରୁ ଅଭିଯୋଗ କରାଯାଇଛି।
    ଏନେଇ ଟିଏମସି ପକ୍ଷରୁ କୋଲକାତାସ୍ଥିତ ଟାଗୋରଙ୍କ ବାସଭବନ ‘ଜୋରାସାଙ୍କୋ ଠାକୁରବାଡ଼ି’ ସମ୍ମୁଖରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ବିରୋଧ କରାଯାଇଛି। ଏପରି ଏକ ପୋଷ୍ଟର୍ ଦ୍ବାରା ବିଜେପି ବିଶ୍ବକବିଙ୍କୁ ଅପମାନିତ କରିଛି ବୋଲି ଟିଏମସି ନେତା ତଥା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ୨ ଜଣ ସିପିଆଇଏମ୍ ଏବଂ ଜଣେ ଲେଖାଏଁ ସିପିଆଇ ଓ କଂଗ୍ରେସ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଟିଏମସିର ଯେଉଁ ନେତାମାନେ ବିଜେପିରେ ଯୋଗ ଦେଇଛନ୍ତି ସେମାନେ ଧୋକାବାଜ୍ ଓ ରଙ୍ଗ ବଦଳାଉଥିବା ଏଣ୍ଡୁଅ ବୋଲି କହିବା ସହ ସେମାନେ ଦଳ ଛାଡ଼ି ଚାଲିଯିବା ଟିଏମସି ପାଇଁ ମଙ୍ଗଳକର ବୋଲି ଟିଏମସି ନେତା ତଥା ମୁଖପାତ୍ର ସୌଗତ ରୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here