ସ୍ବର ଦି ଭଏସ – ନୟାଗଡ଼ ତା- ୧୦-୦୯-୨୦୨୨ ଆଜି ମାଟିର ସ୍ବର ସଂଗଠନ ତରଫରୁ ଶ୍ରୀ ଶ୍ରୀ ଲଡୁକେଶ୍ବର ଜୀଉ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ, କୁମ୍ଭାରପଡା, ଖଣ୍ଡପଡ଼ା, ନୟାଗଡ଼ ଠାରେ “ମାଟିର ସ୍ବର ଅନୁଷ୍ଠାନ” ଦ୍ଵାରା ଏବଂ ବାବା ସାହେବ ଚ୍ୟାରିଟେବୁଲ ଟ୍ରଷ୍ଟ ର ଆୟୋଜନ କ୍ରମେ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ପୌରହିତ୍ୟ କରିଥିବା ବେଳେ , ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଚିନ୍ମୟ କୁମାର ପଣ୍ଡା ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଓଡିଆ ଅଧ୍ୟାପିକା ଶ୍ରୀମତୀ ପୂଜାରାଣୀ ମହାପାତ୍ର, ଶିକ୍ଷା ବିଭାଗ ଅଧ୍ୟାପିକା ଶ୍ରୀମତୀ ମଞ୍ଜୁବାଳା ଭୋଇ ଉପସ୍ଥିତି ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ପ୍ରଭାତ କୁମାର ଖୁଣ୍ଟିଆ ଓ ବିଜୟ କୁମାର ସେଠୀ ମହୋଦୟ ବାବା ସାହେବ ଚ୍ୟାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବେଛାସେବୀ ଭାବେ ସହଯୋଗ କରିଥିବା ବେଳେ ମାଟିର ସ୍ବର ସଂଗଠନର ସଦସ୍ୟ ଶ୍ରୀଯୁକ୍ତ ସୁରେଶ କୁମାର ସାହୁ ଓ ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ଷଷ୍ଠ ଶ୍ରେଣୀ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ କଲମ, ପୁସ୍ତକ, ବିସ୍କୁଟ୍ ଇତ୍ୟାଦି ଉପହାର ସ୍ବରୂପ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଅଧ୍ୟକ୍ଷ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଂଶସା କରିବା ସହିତ ଏଭଳି ନୈତିକ ମୂଲ୍ୟବୋଧ ଭିତ୍ତିକ, ଚରିତ୍ର ନିର୍ମାଣ ତଥା ସମାଜ ଗଠନ ମୂଳକ କାର୍ଯ୍ୟକ୍ରମର ଯଥେଷ୍ଟ ଆବଶ୍ୟକତା ଥିବା ସ୍ବୀକାର କରିଥିଲେ । ଏ ପ୍ରକ୍ରିୟା କୁ ଅଧିକରୁ ଅଧିକ ବ୍ୟାପକ କରିବା ସହିତ ଏହି ଚର୍ଚ୍ଚା କୁ ଘରେ ଘରେ ପହଞ୍ଚାଇବା ଆବଶ୍ୟକ ଅଛି ବୋଲି ମତବ୍ୟକ୍ତ କରିଥିବାରୁ “ମାଟିର ସ୍ବର” ଧନ୍ୟବାଦ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ନୟାଗଡ଼ ରୁ ଓମ୍ ପ୍ରକାଶ।