ବ୍ରହ୍ମପୁର, ମାଟିର ସ୍ବର “ଗାନ୍ଧୀକଥା” ଶୀର୍ଷକ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
119

ସ୍ବର ଦି ଭଏସ, ତା-୧୩-୦୮-୨୦୨୨ “ମାଟିର ସ୍ବର” ସଂଗଠନ ତରଫରୁ ଏବଂ ଭଞ୍ଜ କଳା ସାହିତ୍ୟ ସଂସଦ, ବ୍ରହ୍ମପୁର ଙ୍କ ସହଯୋଗରେ “ଗାନ୍ଧୀକଥା” ଶୀର୍ଷକ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉତ୍କଲ ଆଶ୍ରମ ମାର୍ଗ, ବ୍ରହ୍ମପୁର ଠାରେ ବରିଷ୍ଠ କବୀ ତଥା ମାଟିର ସ୍ବର ସଂଗଠନର ସଦସ୍ୟା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡାଙ୍କ ଆୟୋଜନ କ୍ରମେ ତା ୧୨/୮/୨୨ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କୁଇଜ୍ ପ୍ରତିଯୋଗିତାର ଶତାଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ସକ୍ରିୟ ଅଂଶ ଗ୍ରହଣ କରି ଆଲୋଚନାଟି ସଫଳ କରିଥିଲେ । ଗାନ୍ଧୀଙ୍କ ଜୀବନ ଆଦର୍ଶ ଓ ବିଚାର ଆଧାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ କଲମ ଖାତା ପେନସିଲ ଇତ୍ୟାଦି ପ୍ରଦାନ କରି ଅନୁଷ୍ଠାନ ତରଫରୁ ଉତ୍ସାହିତ କରାଯାଇଥିଲା। ଗାନ୍ଧୀଙ୍କ ବିଚାର ଓ ଆଦର୍ଶ ତଥା ଅହିଂସା ମାର୍ଗରେ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରିବା, ମାନବୀୟ ମୂଲ୍ୟବୋଧ ଭିତ୍ତିକ ସମାଜ ପ୍ରତିଷ୍ଠା କରିବା ଏବଂ ଉତ୍ତମ ଚରିତ୍ର ନିର୍ମାଣ କରିବା ତଥା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ ପରିକଳ୍ପନା ବିଷୟରେ କିଶୋର କିଶୋରୀ ମାନଙ୍କୁ ପ୍ରଭାବିତ କରିବା ହେଉଛି ଏ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ସମ୍ପୃକ୍ତ ବିଭାଗୀୟର ଛାତ୍ର ଛାତ୍ରୀ ଅଭିବାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏ କାର୍ଯ୍ୟକ୍ରମକୁ ଅତି ପ୍ରଂଶସା କରିବା ସହିତ ବୌଦ୍ଧିକ ଓ ନୈତିକ ମୂଲ୍ୟବୋଧର ପରିବର୍ତ୍ତନ ପାଇଁ ତୃଣମୂଳସ୍ତରରେ ଏଭଳି ଅଭିନବ ଓ ସାମାଜିକ କାର୍ଯ୍ୟକ୍ରମର ଯଥେଷ୍ଟ ଗୁରୁତ୍ବ ଥିବା ସ୍ବୀକାର କରିଥିଲେ। ଏବଂ ଗାନ୍ଧୀ ଜଣେ ବ୍ୟକ୍ତି ନୁହେଁ -” ବିଚାର” ଏହା ଆଗାମୀ ଦିନରେ ଏଭଳି ଗଠନ ମୂଳକ କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର ଓ ବ୍ୟାପକ କରିବା ପାଇଁ ଉପସ୍ଥିତ ଅତିଥି ବୃନ୍ଦ ଆଗ୍ରହ ପ୍ରକାଶ କରିଥିବା ବେଳେ ମାଟିର ସ୍ବର ସଂଗଠନର ଏ ପ୍ରକାର ଉଦ୍ଯମକୁ ଅଭିନନ୍ଦନ ଜଣାଇବା ସହିତ ସାଧୁବାଦ ଦେଇଥିଲେ। ବରିଷ୍ଠ କବି ଲେଖିକା ତଥା ମାଟିର ସ୍ବର ସଂଗଠନର ପ୍ରାଥମିକ ସଦସ୍ୟା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା ମହୋଦୟା ଏ କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here