ବିଏସ୍ଏଫ ଦ୍ଵାରା ମାଓ ଆକ୍ରମଣ ଯୋଜନା ପଣ୍ଡ: ଲ୍ୟାଣ୍ଡମାଇନ ଉଦ୍ଧାର
ମାଲକାନଗିରି,୨୧/୧୨(ସ୍ଵର ଦି ଭଏସ୍): ୧୪୪ ବାଟାଲିୟନର ବିଏସଏଫ ଯବାନମାନେ
ମାଲକାନଗିରି ଜିଲାର ପିପୋଲପଦର ନିକଟରେ ରବିବାର ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି। ବମ ସ୍କ୍ୱାଡ ଦ୍ୱାରା ଏହା ନିଷ୍କ୍ରିୟ କରାଯାଇଛି। ଫଳରେ ଯବାନମାନେ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିବା ସହ ମାଓବାଦୀଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ମାଓ ବିରୋଧୀ ଅପରେସନରେ ଯବାନ ଜଙ୍ଗଲ ଭିତରେ ଯିବାବେଳେ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀମାନେ ଏଭଳି ଯୋଜନା କରିଥିଲେ। ଏହି ଲ୍ୟାଣ୍ଡମାଇନ ଏତେ ଭୟଙ୍କର ଯେ ଯବାନଙ୍କ ଗାଡିକୁ ଅତି ସହଜରେ ୨୦ ରୁ ୨୫ ଫୁଟ ଉପରକୁ ଉଡାଇବାର କ୍ଷମତା ରଖିଥିଲା। ତେବେ ମାଓବାଦୀଙ୍କ ଏହି ଯୋଜନାକୁ ଯବାନମାନେ ପଣ୍ଡ କରିଦେଇଛନ୍ତି।