ନୟାଗଡ଼, ଜିଲ୍ଲା ସ୍ତରୀୟ ବିଶ୍ଵ ଏଡସ୍ ଦିବସ ପାଳନ।

0
113

ସ୍ଵର ଦି ଭଏସ, ତା-୦୧-୧୨-୨୦୨୦,ନୟାଗଡ଼, ଆଜି ପୂର୍ବାହ୍ନ ୧୨ ଘଟିକା ସମୟରେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାପାଳ ଡା. ପୋଷା ଟୁଡୁ ସମସ୍ତଙ୍କୁ ସ୍ବାଗତ ଜଣାଇ ଏଡସ୍ ଏକ ସାମାଜିକ ସମସ୍ୟା ବୋଲି କହିଥିଲେ। ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ମାନେ ବିଶେଷ କରି ଏହି ରୋଗର ଶିକାର ହୋଇଥାନ୍ତି। ସଂଯମତା ରକ୍ଷା ନକଲେ ଏହି ରୋଗ ବ୍ୟାପିଥାଏ। ଅସୁରକ୍ଷିତ ଛୁଞ୍ଚି ବ୍ୟବହାର କରିବା ଦ୍ୱାରା, ଅଶୋଧିତ ରକ୍ତ ନେବା ଦ୍ଵାରା, ଏବଂ ଅସୁରକ୍ଷିତ ଯୌନ ସଂପର୍କ ଦ୍ଵାରା ଏହି ରୋଗ ବ୍ୟାପିଥାଏ। ଏଭଳିକି ଏଡସ୍ ରୋଗୀର ମା ଠାରୁ ପିଲା କୁ ମଧ୍ୟ ଏହି ରୋଗ ବ୍ୟାପିଥାଏ। ତେଣୁ ଏହି ରୋଗ ନିରାକରଣ ପାଇଁ ସମସ୍ତ ମାନବ ସମାଜ ସଚେତନତା ହେବା ଆବଶ୍ୟକ ଏବଂ ଏଡସ୍ ସଂକ୍ରମିତ ରୋଗୀକୁ ଘୃଣା ନ କରି ଚିକିତ୍ସାଳୟରେ ଚିକିତ୍ସା କରିବା ଆବଶ୍ୟକ। ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ଵ ଏଡସ୍ ଦିବସ ଉପଲକ୍ଷେ ମାନ୍ୟବର ବିଧାୟକ ରଣପୁର ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ନୟାଗଡ଼ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ କହିଲେ, ସଂଯମତା ଦ୍ଵାରା ଏହି ରୋଗ ନିରାକରଣ ହୋଇ ପାରିବ। ପ୍ରତି ବର୍ଷ ଡିସେମ୍ବର ୦୧ ତାରିଖ ରେ ଏହି ଦିବସ ପାଳନ କରାଯାଉଛି। ଏ ବର୍ଷ ର ବିଷୟବସ୍ତୁ ରିହିଛି ” ବିଶ୍ଵ ଏକତା ଏବଂ ସହଭାଗୀ ଦାୟୀତ୍ବ “। ଲୋକ ମାନଙ୍କୁ ସଚେତନତା କରିବା ପାଇଁ ଜିଲ୍ଲା ରୁ ଏକ ସଚେତନତା ରଥ ବାହାରିଥିଲା ଏହା ଜିଲ୍ଲା ସାରା ପରିକ୍ରମା କରି ଏଡସ୍ ସଂମ୍ବଦ୍ଧ ରେ ପ୍ରଚାର କରିବ । ସେହିପରି ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ. ଡି. ଏହି ରୋଗ ଏକ ଭୂତାଣୁ ଜନିତ ରୋଗ ବୋଲି ପ୍ରକାଶ କରିଥିଲେ। ଏଚ.ଆଈ.ଭି ଭାଇରସ ଦ୍ଵାରା ଏହି ରୋଗ ସଂକ୍ରମିତ ହୋଇଥାଏ। ଏହି ରୋଗ ରୁ ରକ୍ଷା ପାଇବା ପାଇଁ ସଚେତନା ହିଁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତିପ୍ରସାଦ ମିଶ୍ର, ନୋଡାଲ ଅଧିକାରୀ ଡା.ଶରତ କୁମାର ଦାଶ ପ୍ରମୁଖ ଡାକ୍ତରମାନେ ଏଡସ୍ ରୋଗର ନିରାକରଣ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ବୈଠକ ରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ଶେଷରେ ନିତ୍ୟରଞ୍ଜନ ବରାଳ (ଡି. ପି. ଏମ୍) ଧନ୍ୟବାଦ ଦେଇଥିଲେ। ନୟାଗଡ଼ ରୁ ” ଓମ୍ ପ୍ରକାଶ “

LEAVE A REPLY

Please enter your comment!
Please enter your name here