ସ୍ବର ଦି ଭଏସ,ତା ୧୫-୦୮-୨୦୨୨, ଦଶପଲ୍ଲା , ସମଗ୍ର ଦେଶରେ ହର୍ ଘର ହର୍ ତ୍ରିରଙ୍ଗା ମହା ସମାରୋହରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଆଜି ଦଶପଲ୍ଲା ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କ୍ରିଡ଼ା ଶିକ୍ଷକ ସଂଗ୍ରାମ କେଶରୀ ପ୍ରଥମେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗ୍ରାମ ପରିଭ୍ରମଣ କରାଇ ବିଦ୍ୟାଳୟ ରେ ପହଞ୍ଚିଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ସ୍କୁଲର ମନିଟରିଙ୍ଗ କମିଟି(SMC )ର ଉପସଭାନେତ୍ରୀ ଶ୍ରୀମତୀ ସୃତିରଞ୍ଜନା ସାହୁ, ସଭ୍ୟ ପ୍ରଶନ୍ନ କୁମାର ଘଡ଼େଇ, ଲିଙ୍ଗରାଜ ସାହୁ, ଏବଂ ଅନ୍ୟ ସଭ୍ୟସଭ୍ୟା ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହିତ ପ୍ରଧାନ ଶିକ୍ଷକ ଏ ଦେଶ ଇଂଗ୍ରେଜ ମାନଙ୍କ ଠାରୁ ଉଦ୍ଧାର କରି ସ୍ୱାଧୀନତା ପ୍ରଦାନ କରିଥିବା ସଂଗ୍ରାମୀ ମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ଏବଂ ଏ ଜାତି , ସମାଜ ଏବଂ ଦେଶର ନାମ ରିଖି ନିଜକୁ ଭଲ ମଣିଷ ଭାବରେ ଗଢିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏବଂ କୋଭିଡ କଟକଣା ନିୟମକୁ ପାଳନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଏହି ଦିବସ ପାଳନ କରିଥିଲେ। ଓମ୍ ପ୍ରକାଶ।
Home STATE DOMESTIC NEWS ଦଶପଲ୍ଲା, ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୭୬ ତମ ସ୍ବାଧିନତା ଦିବସ ପାଳିତ।