ଦଶପଲ୍ଲା, ମାଟିର ସ୍ବର ତରଫରୁ ଭର୍ଚୁଆଲ ମୋଡ଼ରେ ଭାରତର ଆତ୍ମା ଗାଁ ଅନୁଷ୍ଠିତ।

0
164

ସ୍ବର ଦି ଭଏସ – ଦଶପଲ୍ଲା, ଆଜି ତା ୦୭/୦୮/୨୦୨୨ ରିଖ ଅପରାହ୍ନ ୭ଘ ଠାରୁ ୯ଘ. ପର୍ଯ୍ୟନ୍ତ ” ମାଟିର ସ୍ବର ” ସଂଗଠନ ଦଶପଲ୍ଲା ପକ୍ଷରୁ ୭୫ ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଭର୍ଚୁଆଲ ମୋଡ଼ରେ  ସାହିତ୍ୟ, ସମାଜର ପଥ ପ୍ରଦର୍ଶକ  ଆଭାସୀ ଆଲୋଚନା ଓ କବିତା ପାଠୋତ୍ସବ ଶୀର୍ଷକ ” ଭାରତର ଆତ୍ମା ଗାଁ” ଅନୁଷ୍ଠିତ ହୋଇଯାଇଛି। ଏହା ସଂଗଠନର ସଂଯୋଜକ ତଥା ସାମାଜିକ କର୍ମୀ ପ୍ରଭାତ କୁମାର ସାହୁଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ସଂଚାଳନା ହୋଇଥିଲା । ଏହି ଆଲୋଚନା ଓ କବିତା ପାଠୋତ୍ସବରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବିଶେଷ କରି ସର୍ବଶ୍ରୀ ଶ୍ରୀମତୀ ପ୍ରିୟଦର୍ଶନୀ ମିଶ୍ର, ଜୁନାଗଡ, କଳାହାଣ୍ଡି, ଶ୍ରୀମତୀ ସସ୍ମିତା ଦାଶ, ଢେଙ୍କାନାଳ, ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ଗଣିଆ, ରୋହିତ ଜେନା, ଗଞ୍ଜାମ ଶ୍ରୀଯୁକ୍ତ ଶ୍ରୀକାନ୍ତ ପଣ୍ଡା, ଭଦ୍ରକ, ଅଧ୍ୟାପିକା ସୁଶ୍ରୀ ଶୁଭସ୍ମିତା ମହାନ୍ତି, ନବରଙ୍ଗପୁର, ଶ୍ରୀମତୀ ସସ୍ମିତା ଦାଶ, ଢେଙ୍କାନାଳ, ଶ୍ରୀମତୀ ଜ୍ଯୋତ୍ସ୍ନାମଇ ପ୍ରଧାନ, ବ୍ରହ୍ମପୁର, ଅନନ୍ୟା ଓ ଇଶାନା ଇତ୍ୟାଦି କବିତା ଶୀର୍ଷକ “ସ୍ବରାଜ” ପାଠ କରିଥିଲେ। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ସାରସ୍ବତ ସାହିତ୍ୟ ସାଧକ ସାଧିକା , କବି, ଲେଖକ, ସମାଜସେବୀ, ସାମାଜିକ କର୍ମୀ, ଅଧ୍ୟାପକ, ଶିକ୍ଷକ, ଗବେଷକ, ନାଟ୍ୟକାର, କଳାକାର, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ, ଯୁବକ ଯୁବତୀ ଯୋଗଦାନ କରି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଶ୍ରୀଯୁକ୍ତ ଭକ୍ତ ବତ୍ସଳ ମହାନ୍ତି, ଅଧ୍ୟକ୍ଷ, ଓଡ଼ିଶା ଗାନ୍ଧୀ ବିଚାର ପରିଷଦ, କେନ୍ଦୁଝର ଏବଂ ସମ୍ମାନିତ ଆଲୋଚିକା ଭାବେ ଶ୍ରୀମତୀ ଅପର୍ଣ୍ଣା ନାୟକ, ଆବାହିକା, ଓଡିଶା ନିଶା ନିବାରଣ ଅଭିଯାନ, ଭୂବନେଶ୍ୱରରୁ ଯୋଗଦାନ କରି ଗାନ୍ଧିଜୀଙ୍କ ବିଚାର ଆଦର୍ଶ, ଅସ୍ପୃଶ୍ୟତା, ଜାତିପ୍ରଥା ବିଲୋପ, ରଚନାତ୍ମକ କାର୍ଯ୍ୟ, ଗ୍ରାମ ସ୍ଵରାଜ, କୂଟୀର ଶିଲ୍ପ, କୃଷି, ଗାଁ ର ଐତିହ୍ୟ ପରମ୍ପରା, ସଂସ୍କୃତି, ଅଖଣ୍ଡତା ସାର୍ବଭୌମତା ତଥା ସତ୍ୟ ଶାନ୍ତି ପ୍ରେମ, ଅହିଂସା, ଭାଇଚାରା, ସତ୍ଯାଗ୍ରହ, ଗ୍ରାମ୍ୟ ଜୀବନ, ମା ଓ ମାଟିର ମର୍ଯ୍ୟାଦା, ଜାତୀୟ ସଂହତି, ଗ୍ରାମୀଣ ଏକତା ଅଖଣ୍ଡତା ଓ ଜନ ଜୀବନ ଜୀବିକା ସହିତ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଲ୍ୟବୋଧ, ନିଶା ନିବାରଣ, ବୃକ୍ଷ ରୋପଣ, ନାରୀ ସଶକ୍ତିକରଣ ଓ ମହିଳା ଅଧିକାର ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ସମସ୍ତଙ୍କୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉତ୍ସାହିତ କରିଥିଲେ ।ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ବେତାରକେନ୍ଦ୍ର ଉଦ୍ ଘୋଷିକା, କଣ୍ଠଶିଳ୍ପୀ ଓ ଶିକ୍ଷୟିତ୍ରୀ ମହୋଦୟା ଉଚ୍ଚକୋଟିର ଭାବେ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ। ବିଶେଷ କରି ବରିଷ୍ଠ ସମାଜସେବୀ ନାଟ୍ୟକାର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଟ୍ଟନାୟକ, ଡଃ ଶ୍ରୀଚରଣ ବେହେରା, ଡଃ ଲକ୍ଷ୍ମୀପ୍ରିୟା ଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସମୀକ୍ଷା କରି କହିଥିଲେ ଯେ, ଏ ସ୍ବର ନିଶ୍ଚୟ ଜନମାନସରେ ପ୍ରଭାବ ପକାଇବ ଏବଂ ଏ ସଂଗଠନ “ମାଟିର ସ୍ବର” ମାଟି ମଣିଷଙ୍କୁ ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସଂଗଠନର ପ୍ରାଥମିକ ସଦସ୍ୟ ଓ କବି ଶ୍ରୀଯୁକ୍ତ ରୋହିତ ଜେନା ମହୋଦୟ କବିତା ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ନୟାଗଡ଼ ରୁ ଓମ୍ ପ୍ରକାଶ।

LEAVE A REPLY

Please enter your comment!
Please enter your name here