ସ୍ବର ଦି ଭଏସ, ନୟାଗଡ଼, ତା – ୧୫-୧୦-୨୦୨୨ ଆଜି ଦଶପଲ୍ଲା ସ୍ଥିତ ସରିଗଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନେଳିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଓ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ଦଶପଲ୍ଲା ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସୁରଭି ତରଫରୁ ବିଶ୍ବ ହାତଧୁଆ ଦିବସ ଅନୁଷ୍ଠିତ ହୋଇଯାଇଛି। ରେଡିଓ ସୁରଭି ତରଫରୁ ପ୍ରଭାତ କୁମାର ସାହୁ ମହୋଦୟ ହାତଧୁଆ ଦିବସ ର ବୈଶିଷ୍ଟ୍ୟ ଓ ଏହାର ଆବଶ୍ୟକତା ତଥା ସୁସ୍ଥ ସ୍ବାସ୍ଥ୍ୟ ଏହାର ବ୍ୟବହାର ଓ ଅଭ୍ୟାସ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ। ଏହି ହାତଧୁଆ ଅଭ୍ୟାସ ଦୈନଦିନ ଜୀବନରେ ନିଜ ଘରେ ଓ ପରିବାରରେ ଦୈନିକ ଅଭ୍ୟାସ କରିବା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ନିଅମିତ ଯଦି ଧୋଇବା ହାତ – ରୋଗରୁ ଆମେ ହୋଇବା ମୁକ୍ତ। ନୟାଗଡ଼ ରୁୁ ଓମ୍ ପ୍ରକାଶ।