ସ୍ବର ଦି ଭଏସ,ତା-୧୪-୧୧-୨୦୨୨ ଆଜି ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ମହାଆଡମ୍ବରରେ ପାଳିତ ହୋଇଅଛି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ରୁ ପଞ୍ଚମ ସବ ଜୁନିଅରେ ଅଖାଡିଆଁ, ଆଳୁଚାମଚ, ଓଡ଼ିଆ ତର୍କ , ସଂଗୀତ, ୬ଷ୍ଠ ରୁ ୮ମ ଜୁନିଅର ରେ ସାଇକେଲ ରେସ୍, ମ୍ୟୁଜିକଚେୟାର, କୁଇଜ୍, ନୃତ୍ୟ ଓ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମ୍ୟୁଜିକଚେୟାର, କୁଇଜ୍, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏବଂ ସମସ୍ତ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପାଟପୁରପାଟଣାର ଶ୍ରୀ ପଞ୍ଚାନନ ସାହୁଙ୍କ ସ୍ବର୍ଗତ ପିତା ଆନନ୍ଦ ଚନ୍ଦ୍ର ସାହୁଙ୍କ ସୃତି ଉଦ୍ଦେଶ୍ୟରେ ପୁରସ୍କାର ଗୁଡ଼ିକ ପ୍ରଦାନ କରାଯାଇଥିଲା।ମ୍ୟୁଜିକ ଚେୟାର ରେ କଲ୍ୟାଣି ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ସଂଗୀତ ରେ ତୁଳସୀ ସାହୁ, ଏବଂ କୁଇଜ୍ ରେ ଶାନ୍ତିଲତା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ଉତ୍ସବରେ ସି. ଆର. ସି. ସି ଲିଙ୍ଗରାଜ ପାଣି ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ନାୟକ ଶିଶୁ ହସିଲେ ଦୁନିଆ ହସିବ ବକ୍ତବ୍ୟରେ କହିଥିଲେ। ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ଉପସଭାନେତ୍ରୀ ସ୍ମୁତି ରଞ୍ଜନା ସାହୁ,ସଭ୍ୟା ମମତା ପଟ୍ଟନାୟକ, ଦମୟନ୍ତୀ ସାହୁ, ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ,ରଜତ କୁମାର ପ୍ରଧାନ, ସରୋଜ କୁମାର ମହାପାତ୍ର, ସତ୍ୟବ୍ରତ କହଁର,ସୁମନ୍ତ ପ୍ରଧାନ, ଅରବିନ୍ଦ ପ୍ରଧାନ, ପ୍ରକାଶ କୁମାର ସାହୁ ଏବଂ ଶିକ୍ଷୟିତ୍ରୀ ସୁପ୍ରିୟା ଶ୍ରୀଚନ୍ଦନ , ସ୍ବର୍ଣ୍ଣଲତା ସାହୁ ଙ୍କ ସହ ପୁଷ୍ପାଞ୍ଜଳି ଗୋଛି ମଞ୍ଚ ପରିଚାଳନା କରିଥିଲେ। ଏବଂ ଶେଷରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର କହଁର ଧନ୍ୟବାଦ ପ୍ରଦାନ କରିଥିଲେ। ଓମ୍ ପ୍ରକାଶ।