ଦଶପଲ୍ଲା, ଗାନ୍ଧିକଥା, ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
112

ସ୍ବର ଦି ଭଏସ :- ନୟାଗଡ଼,  ଦଶପଲ୍ଲା , ତା – ୨୨-୧୦-୨୦୨୨ ଆଜି  ତସମର୍ପିତ ସମାଜ କୈନ୍ଦ୍ରିକ ସାହିତ୍ୟ ସଂଗଠନ “ମାଟିର ସ୍ବର” ଦଶପଲ୍ଲା ତରଫରୁ  ଦଶପଲ୍ଲା ବ୍ଳକ ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ପଞ୍ଚାୟତର ନେଳିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ଉପରେ ଆଧାରିତ ରାଜ୍ୟ ସ୍ତରୀୟ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପୃକ୍ତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏହି କୁଇଜ୍ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଗାନ୍ଧୀଙ୍କ ବିଚାର ଧାରା ଉପରେ ଆଧାରିତ କେତେକ ମୌଳିକ ତଥା ସାଧାରଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଏହା ମାଧ୍ୟମରେ ହୋଇଯାଇଛି। ଏ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ଅଜୟ କୁମାର ବେହେରା ମହୋଦୟ ପରିଚାଳନା କରିଥିବା ବେଳେ “ମାଟିର ସ୍ବର” ସଂଗଠନର ସଦସ୍ୟ ତଥା ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ମହୋଦୟ ଏ ମେଧା ଓ ପ୍ରତିଭା ଅନ୍ଵେଷଣ ଅଭିଯାନର ଆଭିମୁଖ୍ଯ ବିଷୟ ଯଥା  ” ଆମ ଗାଁ ଓ ଆମ ମାଆର ସ୍ବର  ” ସବିିଶେଷ ଆଲୋଚନା କରିଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ମାଟିର ସ୍ବର ତରଫରୁ ପ୍ରେରଣା ସ୍ବରୂପ ପେନ୍, ପେନିସିଲି, ରବର, ଗାନ୍ଧି କଥା ପୁସ୍ତକ ଓ ମାଟିର ସ୍ବର କବିତା ସଂକଲନ ଇତ୍ୟାଦି ଉପହାର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ଉସ୍ଚାହ ଉଦ୍ଦିପନା ସୃଷ୍ଟି ହୋଇଥିବା କଥା ଛାତ୍ରଛାତ୍ରୀ ମାନେ ସ୍ବୀକାର କରିବା ସହିତ ପର୍ଯ୍ୟାୟ କ୍ରମେ ବିଭିନ୍ନ ମାସରେ ମହାପୁରୁଷ ମାନଙ୍କ ଜୀବନୀ ଉପରେ ଆଧାରିତ ଏଭଳି ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଅୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସମ୍ପାଦନ କରିଥିବାରୁ ମାଟିର ସ୍ବର ଅନୁଷ୍ଠାନ ଗର୍ବିତ ଓ ଆନନ୍ଦିତ ।         ନୟାଗଡ଼ ରୁ ଓମ୍ ପ୍ରକାଶ।

 

LEAVE A REPLY

Please enter your comment!
Please enter your name here