ଦଶପଲ୍ଲା,ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ।

0
144

ସ୍ବର ଦି ଭଏସ, ତା-୨୯-୦୭-୨୦୨୨ ଆଜି ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟର  ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳନ ନିମନ୍ତେ ଏକ ସଭା କାର୍ଯ୍ୟ ଆୟୋଜନ କରାଯିଇଥିଲା। ଏହା SMC କମିଟି ସଭ୍ୟ ,ସଭ୍ୟା ଏବଂ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ଦ୍ଵାରା ଏହି ସଭାକାର୍ଯ୍ୟ ଆୟୋଜନ କରାଯାଇ ଥିଲା। ଏହି ସଭା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଈ ପୁନମ ପ୍ରିୟଦର୍ଶିନୀ ଏବଂ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ ଙ୍କ ସହିତ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ କ୍ରିଡ଼ା ଶିକ୍ଷକ ତ୍ରିନାଥ ସାହୁ ଅବସରର ପ୍ରାପ୍ତ ଦଶପଲ୍ଲା ବ୍ଳକ BRCC ପ୍ରଫୁଲ୍ଲ କୁମାର ବାରିକ ଏବଂ ପାଟପୁର ପାଟଣା ୟୁଜିଏମି ସ୍କୁଲର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃପାସିନ୍ଧୁ ସାହୁଙ୍କ ସହିତ ସ୍ବେଛାସେବୀ ତଥା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ବେହେରା , ସନ୍ତୋଷ କୁମାର ସାହୁ ଓ ସ୍ଥାନୀୟ କାଉନସିଲର ଅର୍ଚ୍ଚନା ସାହୁ, ଅରୁଣ କୁମାର ଦାସ, କିରଣ କୁମାର ସାହୁ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ SMC କମିଟି ସଭ୍ୟ ଲିଙ୍ଗରାଜ ସାହୁ, ସନ୍ତୋଷ କୁମାର ବାରିକ,ପ୍ରଶନ୍ନ ଘଡେ଼ଇ , ଡମୟନ୍ତି ସାହୁ, ମମତାଞ୍ଜଳି ପଟ୍ଟନାୟକ, ଛବିରାଣୀ ସେଠୀ ,ଅଜୟ କୁମାର ସାହୁ ଏବଂ ଓମ୍ ପ୍ରକାଶ ନାୟକ ସହ ସହକାରୀ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ, ପ୍ରକାଶ କୁମାର ସାହୁ, ବୀଣାପାଣି ଦେବୀ, ମନୋରଞ୍ଜନ ବେହେରା, ଅନନ୍ତ କୁମାର ସାହୁ କ୍ରିଡ଼ା ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତି ରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଶେଷରେ SMC କମିଟିର ସଭାପତି ସୁରେଶ ଚନ୍ଦ୍ର ବେହେରା ସ୍କୁଲ ବିଷୟରେ ନିଜର ବକ୍ତବ୍ୟ ଦେଇ ସଭା କାର୍ଯ୍ୟ ଶେଷ କରିଥିଲେ। ଓମ୍ ପ୍ରକାଶ।

LEAVE A REPLY

Please enter your comment!
Please enter your name here