ଭୁବନେଶ୍ୱର:(ସ୍ୱର ଦି ଭଏସ) ଓଡିଶାର କ୍ରୀଡ଼ା ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କଦ୍ୱାରା ଡାକ୍ତର ନିଲିମା କଟ୍ଟୀଙ୍କୁ ତାଙ୍କର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର GOLD ମେଡାଲ ପାଇଁ ସଂମାନିତ ଓ ଅମର TAEKWONDO ଏକାଡେମୀ ଓ APN TAEKWONDO ଏକାଡେମୀ ର ଖେଳାଳୀ ମାନଙ୍କୁ ବ୍ଲାକବେଲ୍ଟ ପ୍ରଦାନ କରାଗଲା ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ।
ଏହି ଅଧିବେଶନରେ କଟକ ସ୍ପୋର୍ଟସ ଅଫିସର ଶ୍ରୀ ରଶ୍ମିରଞ୍ଜନ ସାମନ୍ତରାୟ, ଇଣ୍ଡୋର ଇଂଚାର୍ଜ ଶ୍ରୀ ଅଜୟ ବେହେରା, ଭାରତୀୟ ଜାତୀୟ ଟାଏକ୍ବୋଣ୍ଡୋ ଦଳର କୋଚ ଶ୍ରୀ ଅମରେନ୍ଦ୍ର ପୃଷ୍ଟି ଓ ଜାତୀୟ ସ୍ତରୀୟ ରେଫେରୀ ଶ୍ରୀମତୀ ସୁଦୀପ୍ତା ନନ୍ଦ ଉପସ୍ଥିତ ଥିଲେ |