ଗୋଟିଏ ବିଜ୍ଞାପନ ପାଇଁ କୋଟିଏ ପାଇଲେ ପ୍ରିୟାପ୍ରକାଶ

0
1909

ମୁମ୍ବାଇ: ସାମାଜିକ ଗଣମାଧ୍ୟମରେ ନିଜର ଭିନ୍ନ ଅଭିନୟ ପାଇଁ ରାତି ମଧ୍ୟରେ ହିଁ ଲୋକପ୍ରିୟତା ହାସଲ କରିଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅର। ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ପ୍ରିୟାପ୍ରକାଶ।

ଏକ ଜାତୀୟ ବିଜ୍ଞାପନ ପାଇଁ ପ୍ରିୟାପ୍ରକାଶ ୧କୋଟି ଟଙ୍କାର ଦସ୍ତଖତ କରିଥିବା ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ ପ୍ରିୟାପ୍ରକାଶ ଶୁକ୍ରବାର ମୁମ୍ବଇରେ ଏକ ଷ୍ଟୁଡିଓରେ ଏକ ଜାତୀୟ ବିଜ୍ଞାପନର ସୁଟିଙ୍ଗ ସମାପ୍ତ କରିଛନ୍ତି। ଏହି ବିଜ୍ଞାପନ ପାଇଁ ସେ ଏକ କୋଟି ଟଙ୍କା ନେଇଥିବା କହିଥିଲେ। ଏକ ନୂଆ କଳାକାର ପାଇଁ ଏହା ବଡ ଅର୍ଥରାଶି ବୋଲି ସାଧାରଣରେ ଆଲୋଚନା କରାଯାଉଛି।

ପୂର୍ବରୁ ଅଭିନେତ୍ରୀ ପ୍ରିୟାପ୍ରକାଶ ନଜର ଇଷ୍ଟାଗ୍ରାମ ଆକାଉଣ୍ଟରେ କୌଣସି ଫଟୋ ସେୟାର କରିବାପାଇଁ ୮ ଲକ୍ଷ ଟଙ୍କା ଦାବି କରିଥିଲେ। ପ୍ରିୟାପ୍ରକାଶଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ୬୦ଲକ୍ଷରୁ ଊର୍ଦ୍ଧ୍ବ ପ୍ରଶଂସକ ରହିଛନ୍ତି। ରୋହିତ ସେଟ୍ଟୀଙ୍କ  ଆଗାମୀ ଚଳଚିତ୍ର ‘ସିମ୍ବା’ରେ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ଦେଖା ଦେବେ ।

LEAVE A REPLY

Please enter your comment!
Please enter your name here