ସ୍ବର ଦି ଭଏସ, ତା- ୧୪-୦୮-୨୦୨୨ ଗୁଣପୁର” ସାମାଜିକ ସଂଗଠନ ତରଫରୁ ଗାନ୍ଧିକଥା ଶୀର୍ଷକ ଗ୍ରାମୀଣ ମେଧା ଓ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକ ଅନ୍ତର୍ଗତ ନେତାଜୀ ଉଚ୍ଚ ବିଦ୍ୟାଳୟ, ଚିନାସାରୀ ଠାରେ ଆସନ୍ତା କାଲି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୧୪ ତାରିଖରେ ସଂଗଠନର ସଦସ୍ୟ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ଉଦ୍ୟମରେ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ “ନବୀନ “ର ସହଯୋଗରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିବାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦାନ କରି “ବିଚାର ବଦଳିଲେ – ବିଶ୍ବ ବଦଳିବ” ଆଦର୍ଶ, ବିଚାର ଓ ଗ୍ରାମ ସ୍ଵରାଜର ଆବଶ୍ୟକତା ତଥା ନୈତିକ ମୂଲ୍ୟବୋଧ ଭିତ୍ତିକ ପରିବର୍ତ୍ତନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଚର୍ଚ୍ଚା ଆଲୋଚନା ଓ କୁଇଜ୍ ପ୍ରତିଯୋଗିତା କରାଯିବ। ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରେଇବା, ଅହିଂସା ଓ ଗ୍ରାମ ସ୍ଵରାଜ ପ୍ରତିଷ୍ଠା କରିବା ଏବଂ ଗଠନ ମୂଳକ ବିଚାରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୁଦ୍ଧ କରାଇବା। ନୈତିକ ମୂଲ୍ୟବୋଧ ଓ ବ୍ୟକ୍ତିଗତ ବିଚାର ବଦଳିଲେ ଏ ସମାଜ ବଦଳିବ ଏ ବିଶ୍ବାସକୁ ସମ୍ମାନ ଦେଇ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଏଥିରେ ସମସ୍ତ ରାଷ୍ଟ୍ରବାଦୀ ଓ ପ୍ରଗତିବାଦୀ ତଥା ଜନବାଦୀ ସଚେତନ ନାଗରିକ ବୃନ୍ଦ ଯୋଗଦାନ କରି ଏହାକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ଅନୁଷ୍ଠାନ ତରଫରୁ ଆହ୍ବାନ ଦିଆଯାଇଛି।