ଓ୍ଵେଷ୍ଟଇଣ୍ଡିଜ ଏକ ଇନିଂସ ଓ ୨୭୨ ରନରେ ପରାସ୍ତ

0
324
ଓ୍ଵେଷ୍ଟଇଣ୍ଡିଜ ଏକ ଇନିଂସ ଓ ୨୭୨ ରନରେ ପରାସ୍ତ

ରାଜକୋଟ : ରାଜକୋଟ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି। ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜକୁ ଏକ ଇନିଂସ ଓ ୨୭୨ ରନରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ  ଲାଭ କରିଛି।

ପ୍ରଥମ ଇନିଂସରେ ଭାରତ ୯ ଓ୍ଵିକେଟ୍ ହରାଇ ୬୪୯ ରନରେ ପାଳି ଘୋଷଣା କରିଥିଲା। ଜବାବରେ ଓ୍ଵେଷ୍ଟଇଣ୍ଡିଜ ଦଳ ଭାରତୀୟ ବୋଲରଙ୍କ ସଠିକ୍ ମୁକାବିଲା କରିନପାରି ପ୍ରଥମ ପାଳିରେ ୧୮୧ ଓ ଦ୍ଵିତୀୟ ପାଳିରେ ୧୯୬ ରନରେ ଅଲଆଉଟ୍ ହୋଇଛି। ଫଳରେ ପାଞ୍ଚ ଦିନିଆ ଟେଷ୍ଟ ମ୍ୟାଚ୍ ମାତ୍ର ଅଢେଇ ଦିନରେ ଶେଷ ହୋଇଛି। ଗୋଟିଏ ଟେଷ୍ଟ ମ୍ୟାଚରେ ଇନିଂସ ଓ ରନ କ୍ଷେତ୍ରରେରେ ଏହା ଭାରତର ସବୁଠୁ ବଡ଼ ବିଜୟ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଚଳିତ ବର୍ଷ ଜୁନରେ ଆଫଗାନିସ୍ତାନକୁ ବେଙ୍ଗାଲୁରୁ ଟେଷ୍ଟରେ ଏକ ଇନିଂସ ଓ ୨୬୨ ରନରେ ପରାସ୍ତ କରିଥିଲା।

ଭାରତ ପ୍ରଥମ ଇନିଂସରେ ୬୪୯/୯ରେ ପାଳି ଘୋଷଣା କରିବା ପରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୯୪ ରନ କରିଥିଲା। ତୃତୀୟ ଦିନରେ ବ୍ୟାଟିଂ ଆରମ୍ଭ କରି ଦଳ ୧୮୧ ରନରେ ଅଲଆଉଟ୍ ହୋଇ ଫଲୋଅନର ସମ୍ମୁଖୀନ ହୋଇଥିଲା। ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୫ଟି ଏବଂ​ ରବୀନ୍ଦ୍ର ଜାଡେଜା ୩ଟି ଓ ଅଶ୍ବୀନ ୨ ୱିକେଟ ଅକ୍ତିଆର କରିଛନ୍ତି।

ବିଦେଶ ମାଟିରେ ଟେଷ୍ଟ ସିରିଜରେ ପରାସ୍ତ ହେବା ପରେ ନିଜ ଦେଶରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ବିଜୟ ଅଭିଯାନ ଆରମ୍ଭ କରିଛି।

 

LEAVE A REPLY

Please enter your comment!
Please enter your name here