ଏସିଆ କପ: ପାକିସ୍ତାନକୁ ପରାସ୍ତକରି ଫାଇନାଲରେ ଭାରତ
ସ୍ୱର ଦି ଭଏସ : ଏସିଆ କପ ୨୦୧୮ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ହିଟ୍ ମ୍ୟାନ ରୋହିତ ଶର୍ମା ଓ ଶିଖର ଧୱନଙ୍କ ଦମଦାର ଶତକୀୟ ପାଳି ବଳରେ ସୁପର ସଣ୍ଡେରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ । ରବିବାର ଏସିଆ କପର ଏହି ମହାଲଢେଇରେ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦି ଦଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଟିମ୍ ଇଣ୍ଡିଆର ଦୁଇ ପ୍ରାରମ୍ଭିକ ଯୋଡି ଶିଖର ଧୱନ ଏବଂ ରୋହିତ ଶର୍ମାଙ୍କ ଧୁଆଁଧାର ଶତକ ବଳରେ ଭାରତ ଏହି ମ୍ୟାଚରେ ଏକ ସହଜ ବିଜୟ ହାସଲ କରିଛି । ଶିଖର ଧୱନ ଦମଦାର ବ୍ୟାଟିଂ କରି ୧୦୦ଟି ବଲରୁ ୧୧୪ ରନ କରିଥିଲେ ।
ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପରେ ପ୍ରଥମେ ବୋଲିଂ କରିଥିଲା ଭାରତ । ଏସିଆ କପର ସୁପର ମୁକାବିଲାରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ ହରାଇ ୨୩୭ ରନ୍ ସଂଗ୍ରହ କରିଥିଲା । ପ୍ରଥମ ୮ ଓଭର ଭଲ ରନ ସଂଗ୍ରହ ହୋଇ ନଥିଲେ ମଧ୍ୟ ପାକିସ୍ତାନ କୌଣସି ଓ୍ଵିକେଟ ହରାଇ ନଥିଲା। ସ୍କୋର ୨୪ ରନ୍ ଥିବା ବେଳେ ଇମାମ ଉଲ୍ ହକ୍(୧୦) ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ସେ ୨୦ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ଭାରତର ୨ୟ ଶିକାର ହୋଇଥିଲେ ଫାକର ଜମାନ(୩୧)। କୁଲଦୀପ ଯାଦବଙ୍କ ଦ୍ୱାରା ଏଲବିଡବ୍ଲୁ ହେବା ପୂର୍ବରୁ ବାବାର ୪୪ଟି ବଲ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ଜମାଇଥିଲେ। ସେତେବେଳକୁ ସ୍କୋର ୫୫ ରନ୍ରେ ପହଞ୍ଚି ସାରିଥିଲା। ପାକିସ୍ତାନ ୩ୟ ଓ୍ଵିକେଟରେ ବାବର ଆଜମ(୯)ଙ୍କୁ ହରାଇ ଥିଲା। ୨୫ଟି ବଲ ଖେଳିଥିବା ଆଜମ ରବୀନ୍ଦ୍ର ଜାଦେଜା ଓ ଚହଲଙ୍କ ଦ୍ୱାରା ରନ ଆଉଟ ହୋଇ ପାଭଲିଅନ ଫେରିଥିଲେ।
୨୩୮ ରନର ବିଜୟଲକ୍ଷ୍ୟ ପିଛା କରି ଭାରତ ପ୍ରଥମରୁ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଏବଂ ଶିଖର ଧୱନଙ୍କ ଦମଦାର ଶତକ ବଳରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଛି । ଏହା ସହ ଚାମ୍ପିୟନ୍ସ ଟ୍ରଫିର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ତେବେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୨୩୭ ରନ କରିଥିଲା ଯାହାର ପିଛାକରି ରୋହିତ ଏବଂ ଧାୱନଙ୍କ ଧମାଲ ଭାରତକୁ ଏକ ସହଜ ବିଜୟ ଆଣି ଦେଇଥିଲା ।