ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ 

0
261

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ 

ନାଗପୁର : ନାଗପୁରରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ବିଜୟ ସହ ସିରିଜ ରେ  ୨-୦ ରେ ଆଗୁଆ ରହିଛି । ସର୍ବାଧିକ ରନ କରି ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଯାହାକୁ ଅଷ୍ଟ୍ରେଲିଆ ବୋଲର ମଧ୍ୟ ସଠିକ୍ ପ୍ରମାଣିତ କରିଥିଲେ । ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ କ୍ୟାପଟେନ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ଭାରତକୁ ୨୫୦ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା ।୨୫୧ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ପ୍ରଥମରୁ ଦୃଢ ବ୍ୟାଟିଂ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟସମ୍ୟାନ ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।

ଗୋଟିଏ ପଟେ ଷ୍ଟୋନିସ ଦମଦାର ବ୍ୟାଟିଂ କରିବା ସହ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କୌଣସି ଅଷ୍ଟ୍ରେଲୀୟ ଖେଳାଳି ତାଙ୍କୁ ସାଥ୍ ଦେଇନଥିଲେ । ଆଉ ଏହାସହ ଭ୍ରମଣକାରୀ ଦଳ ୨୪୨ ରନ କରିବା ସହ ବିଜୟଲକ୍ଷ୍ୟ ଠାରୁ ୯ ରନ ଦୂରରେ ରହିଯାଇଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ୩ଟି ଓ ବୁମରାହା ଏବଂ ବିଜୟ ଶଙ୍କର ୨ଟି ଲେଖାଏଁ ୱିକେଟ ନେଇ ଦଳକୁ ଦେଇଥିଲେ ଏକ ରୋମାଞ୍ଚକର ବିଜୟ । ଆଉ ଏହି ବିଜୟ ସହ ଭାରତ ଦିନିକିଆରେ ୫୦୦ ତମ ବିଜୟ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here