ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ମକର ସଂକ୍ରାନ୍ତିରୁ ଦେଶବ୍ୟାପୀ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

0
352

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ମକର ସଂକ୍ରାନ୍ତିରୁ ଦେଶବ୍ୟାପୀ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ସ୍ଵର ଦି ଭଏସ୍:୧୩/୦୧/୨୦୨୧,( ବ୍ୟୁରୋ ନ୍ୟୁଜ୍ ) ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟାରେ ଗତବର୍ଷ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଭୂମିପୂଜନ କରାଯାଇ ମନ୍ଦିର ନିର୍ମାଣର ଅୟମାରମ୍ଭ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ତରଫରୁ ଏହି ମହତ୍ କାର୍ଯ୍ୟ ନିମନ୍ତେ ଦେଶବାସୀଙ୍କୁ ସାମର୍ଥ୍ୟ ମତେ ସହଯୋଗ କରିବାକୁ ଆହ୍ବାନ କରାଯାଇଛି । ନବ ଭାରତର ପରିଚୟ ସୃଷ୍ଟିକାରୀ ଏହି କୀର୍ତ୍ତୀମାନ୍ ପ୍ରତିଷ୍ଠା ନିମନ୍ତେ ସମସ୍ତ ସନାତନୀଙ୍କ ଯୋଗଦାନକୁ ଗୁରୁତ୍ଵ ଦିଆଯାଇଛି ।

ମନ୍ଦିର ନିର୍ମାଣ କ୍ଷେତ୍ରରେ ପ୍ରାଚୀନ ପରମ୍ପରା ଅନୁଯାୟୀ ସମଷ୍ଟିଗତ ଭାବେ ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷଙ୍କଠାରୁ ସାଧ୍ୟମତେ ଶ୍ରୀମନ୍ତ ଓ ସାତ୍ତ୍ୱିକ ଦାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଥିବାରୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଅନୁରୂପ ନିଧି ସମର୍ପଣର ଆବାହନ କରାଯାଇଛି । ଏଥିପାଇଁ ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି ଗଠନ କରାଯାଇ ପ୍ରତ୍ୟେକ ରାଜ୍ୟର ସମସ୍ତ ଜିଲ୍ଲାରେ ରାଷ୍ଟ୍ରସେବକ ମାନଙ୍କର ସ୍ଵତନ୍ତ୍ର ଦଳ ଗଠନ କରାଯାଇ ଦାୟିତ୍ଵ ବଣ୍ଟନ ହୋଇସାରିଛି । ପବିତ୍ର ମକର ସଂକ୍ରାନ୍ତି ପୂର୍ବାହ୍ଣରୁ ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ଓ ଏକ ପକ୍ଷ ଧରି ସମଗ୍ର ଦେଶବାସୀଙ୍କ ଠାରୁ ସମର୍ପିତ ନିଧି ସଂଗୃହୀତ ହେବ । ଏହି ନିଧି ସଂଗ୍ରହ ମହାଭିଯାନର ସେତୁ ବନ୍ଧରେ ବାନର,ଭାଲୁ ଓ ଗୁଣ୍ଡୁଚିମୂଷା ପରି ଯୋଗଦାନ ଦେଇ ରାଷ୍ଟ୍ରୀୟ ଗର୍ବ ଓ ଗୌରବାବହ ଶ୍ରୀରାମ ମନ୍ଦିର ନିର୍ମାଣକୁ ସଫଳ କରିବାକୁ ଓଡ଼ିଶା ପ୍ରଦେଶର ସମସ୍ତ ନିଧି ସମର୍ପଣ ସମିତି ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here